ରାଉରକେଲା: କଟକ ଭୁବନେଶ୍ୱର ପରେ ଏବେ ରାଉରକେଲାରେ କଡ଼ାକଡ଼ି ହୋଇଛି ଗାଡ଼ି ଚେକିଂ । ପ୍ରତି ଛକରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି । ହେଲ୍ମେଟ୍ ପିନ୍ଧି ନଥିବା ବାଇକ୍ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରାଯାଉଛି ।
ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଚାଳକମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି ଗାଡ଼ି ଚାଳକ । ହେଲ୍ମେଟ୍ ନପିନ୍ଧି ବାଇକ୍ ଚଲାଉଥିବା କିଛି ଲୋକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ ବିଭାଗକୁ ସୁପାରିଶ କରାଯାଇଛି । ଆଗାମୀ ଦିନରେ ରାଉରକେଲାରେ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0