ବଲାଙ୍ଗୀର : ସରକାରଙ୍କ ନିୟମକୁ ବେଖାତିର କରି ବାଣ ବିକ୍ରି କରି ବନ୍ଧା ହେଲେ ବ୍ୟବସାୟୀ। ବାଣ ସହ ବାଣ ବିକାଳୀ ଗିରଫ। ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଦୀପାବଳୀରେ ବାଣ ବ୍ୟବସାୟ ଠାରୁ ବାଣ ଫୁଟାଇବାକୁ ମନା କରାଯାଇଥିବା ବେଳେ ନିୟମକୁ କଡା କଡି ପାଳନ କରିଛି ଜିଲ୍ଲା ପ୍ରଶାସନଠାରୁ ପୋଲିସ। ଏ ନେଇ ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି ପୋଲିସ।
ଗତକାଲି ଠାରୁ ଏହି ଟିମ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ସହ ପେଟ୍ରୋଲିଙ୍ଗ ଜାରି ରଖିଛି। ତେବେ ଆଜି ସହରର ସାଗର ପଡାଠାରେ ଥିବା ବାଣ ବ୍ୟବସାୟୀ ଜୟଦେବ ନର୍ଜିଙ୍କ ଘରକୁ ସର୍ଚ୍ଚ କରିବା ସହ ସେଠାରେ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା।
ଏ ନେଇ ଘଟଣାସ୍ଥଳନରେ ପୋଲିସ ପହଞ୍ଚି ଏକ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିବା ସହ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେପଟେ ଗତ କାଲି ମଧ୍ୟ ସହରର ବିଭିନ୍ନ ସ୍ଥାନରୁ ବାଣ ବ୍ୟବସାୟୀଙ୍କ ଘର ସହ ଦୋକାନ ଜାଞ୍ଚ କରିବା ସହ କିଛି ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ। ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ ସହ ସ୍ବତନ୍ତ୍ର ଟିମ ଜରିଆରେ କରାଯାଉଛି ରେଡ୍। ଆଜି ରାତି ପର୍ଯ୍ୟନ୍ତ ଏ ଭଳି ସର୍ଚ ଅପରେସନ ସହ କଡା ପେଟ୍ରୋଲିଙ୍ଗ କରାଯିବ ବୋଲି କହିଛନ୍ତି ଟାଉନ ଥାନା ଆଇଆଇସି।



Visitors Today : 0
Total Visitors : 130213
Total Views : 9891684
Visitors Online Now : 0