spot_img

ରାସ୍ତାରେ ସନ୍ତାନ ପ୍ରସବ କଲେ ମହିଳା

ଗଜପତି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମ୍ନା ମୁଖ୍ୟ ରାସ୍ତାରେ । ମହିଳା ଜଣଙ୍କ ଜଣେ ଭିକ୍ଷୁକ । ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିବା ବେଳେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକ ମହିଳାଙ୍କୁ ସହଯୋଗ କରିଥିଲେ । ତେବେ ପ୍ରସବ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରିନଥିଲେ ବରଂ ୧୦୮କୁ ଫୋନ୍ କରିବାକୁ ଖୋଦ୍ ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ ।

 

 

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular