spot_img

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯୁବରାଜ ସିଂହ

ଚଣ୍ଡିଗଡ: ଭାରତୀୟ ଦଳର ପୂର୍ବତନ ତଥା ବିସ୍ପୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଇତିମଧ୍ୟରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୁଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଏପରି ମନ୍ତବ୍ୟ ରଖି ଗିରଫ ଭୟରେ ଯୁବରାଜ ସିଂହଙ୍କ ପକ୍ଷରୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ମାମଲାକୁ ଖାରଜ କରି ହାନସୀ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ପିଟିସନରେ କୁହାଯାଇଛି । ଅନ୍ୟପଟେ ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular