ନୂଆଦିଲ୍ଲୀ: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି । ଶିମଲା ବ୍ରୋକସର୍ଟସ୍ଥିତ ତାଙ୍କ ବାସଭବନରେ ସେ ରଶି ଦେଇ ଆତ୍ମହତ୍ୟା କରିଥିବା ପୁଲିସ୍ ତରଫରୁ ସୂଚନା ମିଳିଛି । ଶିମଲା ପୁଲିସ୍ ଅଧିକ୍ଷକ ମୋହିତ ଚାୱାଲା ଏହି ଘଟଣାକୁ ସୁନିଶ୍ଚିତ କରିବା ସହ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି । ଅଶ୍ୱିନୀ କୁମାର ଅଗଷ୍ଟ ୨୦୦୬ ରୁ ଜୁଲାଇ ୨୦୦୮ ପର୍ଯ୍ୟନ୍ତ ହିମାଞ୍ଚଳ ପ୍ରଦେଶର ପୁଲିସ୍ ମହାନିର୍ଦେଶକ ଥିଲେ । ତା ପରେ ଅଗଷ୍ଟ ୨୦୦୮ ରୁ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ସିବିଆଇର ନିର୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0