ନୂଆଦିଲ୍ଲୀ: ବାତ୍ୟା ନିଭାର ପରେ ବଙ୍ଗୋପସାଗରରେ ଦକ୍ଷିଣପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ସୋମବାର ଭାରତୀୟ ପାଣିପାଗ ବିଭାଗ ଏହି ରିପୋର୍ଟ ଦେଇଛି। ଆଗାମୀ ୨୪ ଘଣ୍ଟା ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବ ବୋଲି ଆଇଏମଡି କହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ମୁହଁ ହୋଇ ଶ୍ରୀଲଙ୍କା ଉପକୂଳକୁ କ୍ରମଶଃ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପରେ ପ୍ରାୟ ପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ସକାଳ ବେଳକୁ ଶ୍ରୀଲଙ୍କାର କୋମରିନ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଅବପାତର ପ୍ରଭାବରେ ଡିସେମ୍ବର ୨ରେ ଦକ୍ଷିଣ ତାମିଲନାଡୁ ଏବଂ ଦକ୍ଷିଣ କେରଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଅଞ୍ଚଳକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଇଏମଡି ପୂର୍ବରୁ କହିଥିଲା ଯେ ଆସନ୍ତା ଚାରି ଦିନ ମଧ୍ୟରେ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0