ଗୋଆ: ଇଣ୍ଡିଆନ ସୁପରଲିଗର ଓଡିଶା ଏଫସି ବନାମ ଜାମସେଦପୁର ଏଫସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଡ୍ର ହୋଇଛି । ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛରେ ଥିଲେ ମଧ୍ୟ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡିଶା ଏଫସି ୨-୨ରେ ଡ୍ର ରଖିବାରେ ସକ୍ଷମ ହୋଇଛି । ତେବେ ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗର ମ୍ୟାଚରେ ଓଡିଶା ଏଫସିର ସମ୍ମାନ ରଖିଛି । ପ୍ରଥମ ହାଇଦ୍ରାବାଦ ବିପକ୍ଷ ମ୍ୟାଚରୁ ହିଁ ଓଡିଶା ହାରର ସାମ୍ନା କରିଥିଲା । ତେଣୁ ମ୍ୟାଚ ଡ୍ର ହେବା ପରେ ଓଡିଶା ତା’ର ସମ୍ମାନକୁ ରଖିପାରିଛି ବୋଲି ବରିଷ୍ଠ କ୍ରୀଡାବିତ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ମ୍ୟାଚର ପ୍ରଥମରୁ ହିଁ ଜାମସେଦପୁର ଆକ୍ରମଣାତ୍ମକ ଭାବେ ଖେଳୁଥିଲା । ମାତ୍ର ୧୨ ମିନିଟରେ ନେରିଜୁସ ଭାଲ୍ସକିସ ଗୋଲ ଦେଇ ଜାମସେଦପୁରକୁ ଅଗ୍ରଣୀ କରାଇଥିଲେ । ଏହା ସହ ଓଡିଶା ଦଳର ଡିଫେନ୍ସିଭ ବିଫଳତାର ସୁଯୋଗ ନେଇ ୨୭ ମିନିଟରେ ସେ ପୁଣି ଏକ ଗୋଲ ଦେଇଥିଲେ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0