ନୂଆଦିଲ୍ଲୀ: ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କୋହଲିଙ୍କ ଅନୁପସ୍ଥିକୁ ନେଇ ବଡ ବୟାନ ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ କହିଛନ୍ତି, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆରେ ‘ଶୂନ୍ୟତା’ ଆଣିବ। ତେବେ ଅନ୍ୟ ଜଣେ ଖେଳାଳି ତାଙ୍କ ସ୍ଥାନ ନେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଭାବରେ ଦେଖାଯିବା ଉଚିତ ବୋଲି ସଚିନ କହିଛନ୍ତି। ତେବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ଏକଦିବସୀୟ ସିରିଜରେ ଅଷ୍ଟ୍ରେଲିଆ ଠାରୁ ୨-୧ରେ ପରାସ୍ତ ହୋଇଛି । ଏହି ପରାଜୟ ପରେ ଭାରତୀୟ ଦଳ ଟି-୨୦ ସିରିଜ ୨-୧ରେ ଜିତି ସ୍କୋରକୁ ସମାନ କରିଥିଲା । ଅନ୍ୟପଟେ ଚଳିତ ମାସ ୧୭ ତାରିଖରୁ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜ ଆରମ୍ଭ ହେବାକୁ ଯାଉଛି ।




Visitors Today : 0
Total Visitors : 130423
Total Views : 9891953
Visitors Online Now : 0