spot_img

ଅଷ୍ଟ୍ରେଲିଆ ଦଳରେ ସାମିଲ ହେଲେ ଏହି ଭାରତୀୟ ବଂଶୋଦ୍ଭବ

ମେଲବୋର୍ନ: ଅଷ୍ଟ୍ରେଲିଆ ସିନିୟର ଦଳରେ ଭାରତୀୟ ବଂଶୋଦ୍ଭବ ତାନଭୀର ସାଘାଂ ସ୍ଥାନ ପାଇଛନ୍ତି । ତେବେ ତାଙ୍କ ବାପା ଅଷ୍ଟ୍ରେଲିଆରେ କ୍ୟାବ ଚଳାନ୍ତି । ଆଗାମୀ ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଲାଗି ଘୋଷିତ ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ମାତ୍ର ୧୯ ବର୍ଷ ବୟସରେ ଅଷ୍ଟ୍ରେଲିଆ ସିନିୟର ଦଳରେ ସ୍ଥାନ ପାଇ ଗର୍ବ ଅନୁଭବ କରୁଛନ୍ତି ତାନଭୀର ସାଘାଂ । ସେ କହିଛନ୍ତି, ଜାତୀୟ ଦଳରୁ ଡାକରା ଆସିବା ପରେ ମୁଁ ଜହ୍ନରେ ଥିବା ଅନୁଭବ କରୁଛି । ଏତେ କମ ବୟସରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ମୋତେ ସୁଯୋଗ ମିଳିବ ଆଶା କରି ନ ଥିଲି ବୋଲି ତାନଭୀର କହିଛନ୍ତି । ଏହା ପରେ ଫେବୃଆରୀରେ ଆରମ୍ଭ ହେବାକୁ ଥିବା ସିରିଜରେ ଯଦି ତାଙ୍କୁ ଚୂଡାନ୍ତ ଦଳରେ ସୁଯୋଗ ମିଳେ, ତେବେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ ଖେଳିବେ । ଅନ୍ୟପଟେ ପ୍ରଥମ ପଞ୍ଜାବୀ ବଂଶୋଦ୍ଭବ ଖେଳାଳି ଭାବରେ ଗୁରିନ୍ଦର ସାନ୍ଧୁ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ । ସେ ୬ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ ପ୍ରଥମ ମ୍ୟାଚ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular