ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ବେଳେ କେନ୍ଦ୍ର ଓ ରାଜ୍ୟ ଏକ ହୋଇ କାମ କରିବାରୁ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି ବୋଲି ମୋଦି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଆଉ ଅପେକ୍ଷା କରିହେବ ନାହିଁ, କେବଳ ମିଳିତ ଭାବେ କାମ କଲେ ସଫଳତା ମିଳିବ । ଗରିବ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସୁଛି। ଦେଶର ବିକାଶ ଯାତ୍ରାରେ ଘରୋଇ ସେକ୍ଟରର ଭୂମିକା ରହିଛି। ଅନେକ ଘରୋଇ ସେକ୍ଟର ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଉତ୍ସାହ ଦେଖାଉଛନ୍ତି। ସରକାର ଭାବେ, ଆମକୁ ମଧ୍ୟ ଏହି ଉତ୍ସାହ, ଘରୋଇ ସେକ୍ଟରକୁ ସମ୍ମାନ ଦେବା ଦରକାର। ଏମିତି ହେଲେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ବଢ଼ିବାକୁ ରାସ୍ତା ତିଆରି ହେବ । ୨୦୧୪ ପରଠାରୁ ଗାଁ ଓ ସହର ସମେତ ୨୦ ନିୟୁତରୁ ଅଧିକ ଘର ନିର୍ମାଣ କରାଯାଇଛି। ସହର ଗୁଡ଼ିକରେ ଆଧୁନିକ ମାନର ଘର ନିର୍ମାଣ ପାଇଁ ଏକ ଅଭିଯାନ ଚାଲିଛି। ଭଲ ଘର ନିର୍ମାଣ ପାଇଁ ନୂଆ ମଡେଲ ପ୍ରସ୍ତୁତ ହେବା ଦରକାର ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0