ଭୁବନେଶ୍ବର : ଶେଷରେ ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ ବରିଷ୍ଠ ରାଜନେତା ଦାମ ରାଉତ। ବିଜେଡି ପାଇଁ ପ୍ରଚାର କରିବେ ଦାମ ରାଉତ। ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦାମ ପ୍ରଚାର କରିବେ। ବହୁ ବାଦ ବିବାଦ ପରେ ବିଜେଡି ଲାଗି ସେ ପ୍ରଚାର କରିବେ।
ସୂଚନା ଥାଉକି, ବିଜେଡି ଛାଡି, ବିଜେପିରେ ଦାମ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ପଦ୍ମ ଛାଡି ସକ୍ରିୟ ରାଜନୀତିରୁ ଟିକେ ଦୂରେଇ ଯାଇଥିଲେ। ପୁଣି ବିଜେଡି ପାଇଁ ପ୍ରଚାର କରିବେ ବୋଲି ଦାମ ଅଣ୍ଟା ଭିଡିଛନ୍ତି। ତିର୍ତ୍ତୋଲ ଅଞ୍ଚଳରେ ଦାମଙ୍କ ଦବଦବା ଥିବା କୁହାଯାଉଥିବା ବେଳେ ବିଜେଡି ଦାମଙ୍କୁ ଅସ୍ତ୍ର କରି ପ୍ରଚାର ମୈଦାନକୁ ଛାଡିବ। ଦାମଙ୍କ ପ୍ରଚାର ବିରୋଧୀ ଦଳକୁ ଘାଇଲା କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0