spot_img

ପୁଲୱାମା ଆକ୍ରମଣ ନେଇ ମତ ରଖି ପଦାରେ ପଡିଛି ପାକିସ୍ଥାନ

ଇସଲାମବାଦ: ନିଜର ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ସାରା ବିଶ୍ୱରେ ବେଶ ପରିଚିତ ପାକିସ୍ଥାନ । ଏବେ ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମତ ରଖି ସାରା ଦୁନିଆରେ ପାକିସ୍ତାନର କାରନାମା ପଦାରେ ପଡିଛି । ତେବେ ଏନେଇ ପାକିସ୍ଥାନର ମନ୍ତ୍ରୀ ଫୱାଦ ହୁସେନ ଚୌଧୁରୀ ନିଜ ମନ୍ତବ୍ୟରେ ସ୍ପଷ୍ଟ କରିଥିଲେ । ଅନ୍ୟପଟେ ସାରା ବିଶ୍ୱରେ ଅପଦସ୍ତ ହେବା ପରେ ନିଜ ମନ୍ତବ୍ୟରେ ୟୁ-ର୍ଣ୍ଣ ମାରିଛନ୍ତି । ସୂଚନା ଅନୁସାରେ, ପାକିସ୍ତାନର ବିଜ୍ଞାନ ସ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦଙ୍କ କହିବା ଅନୁସାରେ, ଆମେ ଭାରତରେ ପ୍ରବେଶ କରି ହତ୍ୟା କରିଛୁ । ପୁଲୱାମାରେ ଆମର ସଫଳତା ହେଉଛି ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଦେଶର ସଫଳତା । ଇମ୍ରାନ ଖାନଙ୍କ ଦଳ ଏହି ଆତଙ୍କବାଦୀ ଆକ୍ରମଣର ପଛର ମୁଖ୍ୟ କାର୍ପେଟଦାର ବୋଲି ଫାୱେଦ କହିଥିଲେ । ଅନ୍ୟପଟେ ଭାରତ ଏହି ମନ୍ତବ୍ୟକୁ ଅନ୍ତର୍ଜାତୀୟ ମଞ୍ଚରେ ରଖିବାକୁ ଯୋଜନା କରୁଥିବା ବେଳେ ଫାୱେଦ ୨୪ ଘଣ୍ଟା ମଧ୍ୟରେ ନିଜ ମନ୍ତବ୍ୟକୁ ଅନ୍ୟ ଅର୍ଥରେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏହା ସହ ଫୱାଦ ଚୌଧୁରୀ କହିଛନ୍ତି ଯେ ଆମେ ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular