spot_img

ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର

ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୋଜର ପେନରୋଜ, ରେନହାଡ୍ ଗେନ୍ଜେଲ ଓ ଆଣ୍ଟିଆ ଗେଜ୍ ଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ । ବ୍ଲାକ ହୋଲ ସମ୍ପର୍କିତ ଅଧିକ ଆବିଷ୍କାର ପାଇଁ ତିନି ବୈଜ୍ଞାନିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଉଛି ।
ରୋଗର ପେନରୋଜ କହିଥିଲେ ଯେ, ବ୍ଲାକ ହୋଲ ଗଠନ ମାଧ୍ୟମରେ ଜେନେରାଲ ଥିଓରି ଅଫ୍ ରିଲେଟିବିଟିକୁ ପ୍ରେଡିକ୍ଟ କରାଯାଇପାରିବ । ରେନହାର୍ଡ ଗେଞ୍ଜେଲ, ଆନ୍ଦ୍ରେ ଘେଜ୍ ଗାଲାକ୍ସୀର କେନ୍ଦ୍ରରେ ଥିବା ବିଶାଳ କମପ୍ୟାକ୍ଟ ଅବଜେକ୍ଟ ଆବିଷ୍କାର କରିଥିଲେ । ରୋୟାଲ ସ୍ୱୀଡିସ୍ ଏକାଡେମୀ ଅଫ୍ ଆଇନସର ସେକ୍ରେଟାରୀ ଜେନେରାଲ ହୋରାନ ଏହି ପୁରସ୍କାର ଘୋଷଣା କରିଥିଲେ । ଏହି ପୁରସ୍କାରରେ ଗୋଲ୍ଡ ମେଡାଲ ସହିତ ୧୧ ଲକ୍ଷ ଡଲାରରୁ ଅଧିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ସ୍ୱିଡିସ ଇନଭେଣ୍ଟର ଅଲଫ୍ରେଡ ନୋବେଲଙ୍କ ନାଆରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular