spot_img

ହରିବଂଶ ସିଂହ ହେଲେ ରାଜ୍ୟସଭାର ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଜେଡ଼ିୟୁର ସାଂସଦ ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ହରିବଂଶ ସିଂହ । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡ଼ୁ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ପାଇଁ ଏନଡ଼ିଏ ପ୍ରାର୍ଥୀ ଭାବେ ଜେଡ଼ିୟୁ ସାଂସଦ ହରିବଂଶ ସିଂହଙ୍କ ନାମ ପ୍ରସ୍ତାବ କରିଥିଲେ ବିଜେପି ରାଜ୍ୟସଭା ସାଂସଦ ଜେପି ନଡ୍ଡା । ତାହା ସହିତ ଅନ୍ୟତମ ସାଂସଦ ଗେହଲଟ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ବିରୋଧି ଦଳର ନେତା ମାନେ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular