ଭୁବନେଶ୍ୱର : ଚିକିତ୍ସାଧୀନ ଅବସ୍ଥାରେ ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି। ସେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି। ଆଲବମ୍ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଏବଂ ଓଡ଼ିଆ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି। ଦୀପା ଗତ ଏକ ବର୍ଷ ଧରି ଜରାୟୁ କ୍ୟାନସରରେ ପିଡିତ ଥିଲେ । ସେ ୯୦ ଦଶକରେ ଓଡ଼ିଶା ଆଲବମ ଜଗତରେ ଜଣେ ଜଣା ଶୁଣା ଚେହେରା ଥିଲେ । ଅନେକ ସୁପରହିଟ ଓଡ଼ିଆ ଆଲବମରେ ତାଙ୍କୁ ଦେଖିବାକୁ ମିଳିଛି । ହିଟ୍ ଆଲବମରେ ଅଭିନୟ କରିଥିଲେ ଦୀପା । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ ଭଳି ହିଟ୍ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା ।
ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ଆଲବମ ଜଗତରୁ ବିଶ୍ରାମ ନେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ । ‘ମେଡ୍ ଇନ ଓଡ଼ିଆ’ ଆଲବମ ମାଧ୍ୟମରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0