spot_img

କେନାଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଜଗତସିଂହପୁର : କେନାଲରେ ଭାସୁଛି ବ୍ୟକ୍ତିଙ୍କର ମୃତଦେହ । ଘଟଣାସ୍ଥଳରେ ରଘୁନାଥପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।

ଖବର ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟରେ ତାଳଦଣ୍ଡା କେନାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଲିସର ଜମି ଦେଇଛନ୍ତି । ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular