spot_img

ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ

ପାରଳାଖେମୁଣ୍ଡି : କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଦଶହରା ସମୟରେ ପାରଳାଖେମୁଣ୍ଡିରେ କଟକଣା କଡାକଡି କରାଯାଇଛି । ଗତକାଲି ଠାରୁ ସମସ୍ତ ମନ୍ଦିରର ସାମ୍ନାରେ ପୁଲିସ ପ୍ରହରା ଦେଇଛି। ଏପରି ଆଜି ସକାଳୁ ବିଭିନ୍ନ ଦେବୀ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ମନା କରିବା ସହ ପୁଲିସ ମନ୍ଦିରର କବାଟ ବନ୍ଦ କରିଦେଇଥିବା ଜଣାଯାଇଛି। ମନ୍ଦିରଗୁଡ଼ିକୁ କେବଳ ପୂଜକଙ୍କ ଛଡା ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ କରି ପାରିବେ ନାହିଁ । ଏପରିକି ସହରର ସମସ୍ତ ଦୁର୍ଗା ମେଢ଼ ଏବଂ ଠାକୁରାଣୀ ମନ୍ଦିରର ସମ୍ମୁଖରେ ୨ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular