ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଅଷ୍ଟ୍ରେଲିଆ ହୋଇଛି ଏକମାତ୍ର ଦେଶ ଯେଉଁଠି ଗୁଗୁଲ ଏବଂ ଫେସବୁକ ମିଡିଆ କମ୍ପାନୀମାନଙ୍କୁ ପଇସା ଦେବାକୁ ରାଜି ହୋଇଛନ୍ତି। ଏବେ କିନ୍ତୁ ସମାନ ଦାବି ଦୋହରାଇଛନ୍ତି ଦେଶର ପ୍ରିଣ୍ଟ ମିଡିଆ କମ୍ପାନୀ। ବର୍ତ୍ତମାନ ଦେଶରେ ହ୍ରାସ ପାଉଥିବା ପ୍ରିଣ୍ଟ ମିଡିଆ ବ୍ୟବସାୟକୁ ବଞ୍ଚାଇବା ପାଇଁ ଏକକ ଆଇନ ଆଣିବାକୁ ଭାରତୀୟ ଗଣମାଧ୍ୟମ ଦାବି କରିଛନ୍ତି। ଫେସବୁକ ଏବଂ ଗୁଗୁଲ ପ୍ରିଣ୍ଟି ମିଡିଆର କଣ୍ଟେଣ୍ଟ ସାହାଯ୍ୟରେ ଅନ ଲାଇନରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ କଣ୍ଟେଣ୍ଟ ପାଇଁ ସଂପୃକ୍ତ ପ୍ରିଣ୍ଟ ମିଡିଆ କମ୍ପାନୀ କୌଣସି ଲାଭ ପାଇନାହାନ୍ତି। ଏବେ ପ୍ରିଣ୍ଟ ମିଡିଆର ପବ୍ଲିଶରମାନେ କିଛି ଟେକ୍ନୋଲଜି ବିଶାରଦଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି। ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ମାଗିଛନ୍ତି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0