ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ପୁଣି ଏକ ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏମାନଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ବୋଲି ଜଣାପଡ଼ିଛି। ମାଆ ପୁଅ ଦୁହେଁ ମିଶି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ମାଆପୁଅଙ୍କୁ ପୁଲିସ୍ ଇନ୍ଦିରା ଗାନ୍ଧୀ ପାର୍କ ନିକଟରୁ ଉଦ୍ଧାର କରିଛି। ଶନିବାର ଦିନ ପ୍ରାୟ ୧୨ଟା ସମୟରେ ମୃତକଙ୍କ ଭାଇ ସୁବ୍ରତ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀ ତାଙ୍କୁ କାବୁ କରି ନେଇଥିଲେ। ଗତ ବର୍ଷ ହୋଇଥିବା ଅନ୍ୟ ଏକ ପୁଅର ହତ୍ୟାକାଣ୍ଡର ନ୍ୟାୟ ମିଳୁ ନଥିବା ଅଭିଯୋଗ ଆଣି ମହିଳା ଜଣକ ଏପରି ପ୍ରତିବାଦ କରିଥିବା ଜାଣିବାକୁ ମିଳିଛି। ଅମ୍ରୁତ ଦାସଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିକଟରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇ ଥିଲେ ହେଁ ତାହା ଗ୍ରହଣ କରାଯାଇ ନଥିଲା। ପରେ ପରିବାର ଅଦାଲତର ଦ୍ବାରସ୍ଥ ହେବା ପରେ ହତ୍ୟା ମାମଲା ରୁଜୁ .ହୋଇଥିଲା। ମାତ୍ର ପୁଲିସ ଏହାର ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ପରିବାର।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0