spot_img

ବଦଳିଲା ବୈଷୟିକ ଶିକ୍ଷାବର୍ଷ

ବଦଳିଲା ବୈଷୟିକ ଶିକ୍ଷାବର୍ଷ । ଡିସେମ୍ବର ପହିଲାରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ପୂର୍ବରୁ ଏହା ନଭେମ୍ବର ୧ ରୁ ଆରମ୍ଭ କରିବାକୁ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜିୁକେସନ ପକ୍ଷରୁ କୁହାଯାଇଥିଲା । ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ନିଦେ୍ର୍ଦଶ ଦିଆଯାଇଥିଲା । ତେବେ ଆଇଆଇଟି, ଏନଆଇଟି ପରି ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ବିଳମ୍ବ ହୋଇଥିବାରୁ ଶିକ୍ଷାବର୍ଷରେ ପରିବର୍ତ୍ତନ କରିବାକୁ ଅଧିକାଂଶ ରାଜ୍ୟ ପ୍ରସ୍ତାବ ଦେଇଥିଲେ । ଏଆଇସିଟିଇ ପକ୍ଷରୁ ପ୍ରସ୍ତାବଗୁଡିକୁ ଅନୁଧ୍ୟାନ କରାଯିବା ପରେ ଶିକ୍ଷାବର୍ଷରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସିଟ୍ ବାତିଲ ସହ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ସମୟ ସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ନଭେମ୍ବର ୧୦ ବୋଲି ଧାର୍ଯ୍ୟ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ନାମଲେଖାରୁ ଓହରିଯିବେ ସେମାନଙ୍କଠାରୁ ଶିକ୍ଷାନୁଷ୍ଠାନ କେବଳ ପ୍ରୋସେସିଂ ବାବଦରେ ଅତିବେଶିରେ ୧ ହଜାର ଟଙ୍କା କାଟି ପାରିବେ । ବାକି ଅର୍ଥ ଫେରସ୍ତ କରିବେ । ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ଖାଲି ଥିବା ସିଟରେ ନାମଲେଖାର ଶେଷ ତାରିଖ ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଥିଲା । ଏବେ ତାହାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ଏଆଇସିଟିଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପିଜିଡିଏମ୍ ଏବଂ ପିଜିସିଏମ୍ ପାଠ୍ୟକ୍ରମକୁ ଏଥିରୁ ବାଦ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular