କେପଟାଉନ: ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିବା ପୂର୍ବରୁ ତିନିଜଣ ଦକ୍ଷିଣ ଆଫ୍ରିକାର କ୍ରିକେଟର କ୍ୱାରେଣ୍ଟାଇନରେ ସେଣ୍ଟରରେ ରହିଛନ୍ତି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦଳର ଜଣେ ଖେଳାଳୀଙ୍କୁ କରୋନା ପଜେଟିଭ ହେବାରୁ ତାଙ୍କ ସହ ଆଉ ଦୁଇ ଜଣ ଖେଳାଳୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚ ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ୫୦ ଜଣ ଖେଳାଳୀ ଓ ସପୋର୍ଟ ଷ୍ଟାଫଙ୍କ କରୋନା ପରୀକ୍ଷା କରାଯାଇଥିଲା । ତେବେ ସମସ୍ତ ଖେଳାଳୀଙ୍କ କାରୋନା ନେଗେଟିଭ ଆସିଥିଲା । ଅନ୍ୟପଟେ କ୍ୱାରେଣ୍ଟାଇନରେ ଥିବା ଖେଳାଳୀଙ୍କ ନାମ ଗୁପ୍ତ ରଖିବା ସହ ତାଙ୍କର ସ୍ୱାସ୍ଥବ୍ୟସ୍ଥାରେ ଉନ୍ନତି ଆସିଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0