ଯାତାୟାତ ପାଇଁ ଘରୋଇ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ପରେ ଘରୋଇ ବସ୍ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍ ଭଡ଼ା ପୂର୍ବାପେକ୍ଷା କମ୍ ନେବାକୁ ସହମତି ଜଣାଇଛନ୍ତି। ପୂର୍ବରୁ ଅର୍ଡିନାରି ବସ୍ରେ କିମି ପିଛା ଯାତ୍ରୀଙ୍କୁ ୯୨ ପଇସା ଦେବାକୁ ପଡୁଥିଲା। ନୂତନ ଦର ଅନୁସାରେ କିମି ପିଛା ୮୭ ପଇସା ଦେବାକୁ ପଡ଼ିବ। ସେହିଭଳି ଏକ୍ସପ୍ରେସ୍ ବସ ଭଡା କିମି ପିଛା ୯୬ ପଇସାରୁ ୯୧ ପଇସା କରି ଦିଆଯାଇଛି। ଡିଲକ୍ସ ବସ୍ ଭଡା ୧ଟଙ୍କା ୩୫ ପଇସାରୁ ୧ଟଙ୍କା ୨୫ ପଇସା କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ଟା ୬୩ ପଇସାରୁ ୧ଟଙ୍କା ୫୩ ପଇସା ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ କିମି ପିଛା ୧୦ ପଇସା ହ୍ରାସ ପାଇଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେଦେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0