spot_img

ଜେଇ ଙ୍କ ଦାଦାଗିରି

ସରକାରଙ୍କର ସଡ଼କ ଉନ୍ନତି କରଣ ଯୋଜନା ରେ ସାମିଲ କରା ଯାଇ ପଦ୍ମପୁର ଛକ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଏକ ମାସ ତଳେ ଏକ ସଡ଼କ ନିର୍ମାଣ କରାଯାଇଥିଲା। ନିମ୍ନ ମାନ ର କାମ ହେଉଥିବା ଦେଖି ସଡ଼କ ନିର୍ମାଣ ସମୟ ରେ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିବା ସହ ଗାଡ଼ି ସାମ୍ନା ରେ ମଧ୍ୟ ଛିଡା ହୋଇଥିଲେ କାମ ବନ୍ଦ କରିବା ପାଇଁ। ହେଲେ ବିଭାଗୀୟ RD JE ( SECTION -1) ଲୋକ ଙ୍କ କଥା ବୁଝିବା ପରିବର୍ତ୍ତେ ଗାଡ଼ି ଚଢାଇ ଦେବା ପାଇଁ ଧମକ ମଧ୍ୟ ଦେଇ ଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଫଳ ସ୍ୱରୂପ ଏକ ମାସ ତଳ ର ସଡ଼କ ଏବେ କେଉଁଠୁ ପିଚୁ ଉଠିଲାଣି ତ କେଉଁଠୁ ଦବି ଗଲାଣି ଆଉ କେଉଁଠି ପିଚୁ ଫାଟି ଆଁ କଲାଣି। ସରକାର ଙ୍କ ର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କାର୍ଯ୍ୟରତ JE ସାହେବ୍ କାର୍ଯ୍ୟ ସ୍ଥଳ ରେ ନ ପହଞ୍ଚିବା ଏବଂ ରାସ୍ତା କାମ ଖରାପ୍ ହେବା ଏକ ପ୍ରକାରର ଠିକା ଦାର୍ ଏବଂ JE ବାବୁଙ୍କ ର ଖୋଲା ଖୋଲି ମଧୁଚନ୍ଦ୍ରିକା ସହ ଉନ୍ନତ ମାନ ର PC କାରବାର ହୋଇଛି ବୋଲି ଜଣା ଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular