spot_img

ମନରେଗା ଶ୍ରମିକ କାର୍ଡରେ ଅଭିନେତ୍ରୀ ଦୀପିକାଙ୍କ ନାମ

ଭୋପାଳ: ମଧ୍ୟ ପ୍ରଦେଶର ଖରଗୋରରେ ଗ୍ରାମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହିତ ଅନେକ ବଲିଉଡ ଅଭିନେତ୍ରୀଙ୍କ ଫୋଟ ରୋଜଗାର ଗ୍ୟାରେଣ୍ଟି ଜବ କାର୍ଡରେ ଦେଖିବା ପାଇଁ ମିଳିଛି । ସାମାଜିକ ଗଣମାଧ୍ୟମରେ ଏପରି ଫୋଟ ଭାୟରାଲ ହୋଇ ସମଗ୍ର ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପଞ୍ଚାୟତ ସଚିବ ଏବଂ ରୋଜଗାର ସହାୟକ ମିଶି ଏହି ଜବକାର୍ଡ ଜାଲିଆତି କରିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ଏହି ଜବ୍କାର୍ଡରେ ଶ୍ରମିକଙ୍କ ଟଙ୍କା ମଧ୍ୟ ଜାରି କରାଯାଇଛି। ଅନ୍ୟପଟେ ତାଙ୍କ ନାମରେ ଟଙ୍କା ଆସିବା କଥା ଉକ୍ତ ଗାଁର ଲୋକମାନେ ଜାଣି ସୁଦ୍ଧା ନାହାଁନ୍ତି । ତେବେ ଏହି ପୂରା ମାମଲାର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତର ସିଇଓ ଗୌରବ ବେନଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular