spot_img

ରାଉରକେଲାରେ ଆରମ୍ଭ ହେଲା ଏକ୍ସପ୍ରେସ୍‌ ସର୍ଭିସ୍‌ ସେବା

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲା ମହାନଗର ନòଗମରେ ଆରମ୍ଭ ହେଲା ଏକ୍ସପ୍ରେସ୍‌ ସର୍ଭିସ ସେବା। ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଷ୍ଟିଲ୍‌ ସିଟିରେ ବହୁ ପରିମାଣରେ ଆବର୍ଜନ ବାହାରୁଛି। ବିଶେଷ କରି ହୋଟେଲ୍‌ ଓ ରେସ୍ତୋରାଣ୍ଟରୁ ବହୁ ଆବର୍ଜନା ବାହାରୁଛି। ସ୍ଥାନ ଅଭାବରୁ ବହୁ ବଲ୍‌କ ୱେଷ୍ଟ ଜେନେରେଟର(ଆବର୍ଜନା)କୁ ହୋଟେଲ୍‌ ପରିସର ଓ ରାସ୍ତାରେ ପକାଇବାରୁ ପରିବେଶ ଦୂଷିତ ହେଉଛି। ଯାହା ମହାନଗର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା।

ଏହାକୁ ନଜରରେ ରଖି ନିଗମ ପକ୍ଷରୁ ଏକ୍ସପ୍ରେସ ସର୍ଭିସ ସେବାର ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଦୁଇଟି ସ୍ୱତନ୍ତ୍ର ଗାଡ଼ି ଏଣିକି ବୁଲି ବୁଲି ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ଭାବେ ସଂଗ୍ରହ କରି ପ୍ରକ୍ରିୟାକରଣ ନିମନ୍ତେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନେବେ। ସେଠାରେ ଉକ୍ତ ଆବର୍ଜନାର ପ୍ରକ୍ରିୟାକରଣ କରାଯାଇ ଓଦା ଆବର୍ଜନାକୁ କମ୍ପୋଷ୍ଟିଂରେ ପରିଣତ କରାଯିବ। ଶୁଖିଲା ଆବର୍ଜନାକୁ ତାହାର ପ୍ରକାର ଅନୁସାରେ ଅଲଗା ଅଲଗା କରି ଆବଶ୍ୟକ କାର୍ଯ୍ୟରେ ବିନିଯୋଗ କରାଯିବ।

ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମହାନଗର ନିଗମର ଦୁଇ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି ଓ ସ୍ୱାସ୍ଥ୍ୟ ଅଧିକାରୀ ଶୁଶିଲ କୁମାର ପରିଡ଼ା, ହୋଟେଲ ଓ ରେସ୍ତୋରାଣ୍ଟ ସଂଘର କର୍ମକର୍ତ୍ତା ଏବଂ ନିଗମର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular