spot_img

ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଗଣଧାରଣା

 

କେନ୍ଦୁଝର: କାନପୁର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଗଣଧାରଣା । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବୁଡି ଅଞ୍ଚଳର ଅଧିବାସୀ ନ୍ୟାୟ ପାଇଁ ଆଜକୁ ଚାରି ଦିନ ହେବ ରାଜ୍ୟ ମୁଖ୍ୟାଳୟରେ ଧାରଣା ଦେଇଛନ୍ତି । ଏହି ଆନେ୍ଦାଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ୧୯୯୩ ମସିହାରେ ଏହି ପ୍ରକଳ୍ପର ଭୂମିପୂଜା କରିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ପ୍ରକଳ୍ପରେ ତିନୋଟି ପଞ୍ଚାୟତର ୧୬ ଗାଁ ଜଳମଗ୍ନ ହେବା ସହ ୫ହଜାର ପରିବାର କ୍ଷତିଗ୍ରସ୍ତ ହେବେ । ଏଥିପାଇଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଥଇଥାନ ଓ ପୁନଃବାସ ନେଇ ଯେଉଁ ନିୟମ କରାଯାଇଥିଲା ତାହା ୨୭ ବର୍ଷ ପରେ ବି ପୂରଣ ହୋଇନାହିଁ । ବରଂ ପୁଲିସର ଭୟ ଦେଖାଇ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ବାରମ୍ବାର ଚେଷ୍ଟା ହେଉଥିବା ଅଭିଯୋଗ ହୋଇଛି । ପ୍ରକଳ୍ପ ପାଇଁ ୩ ଟି ପଞ୍ଚାୟତର ୧୬ ଗ୍ରାମ ସହିତ ଆଦିବାସୀ ବିସ୍ଥାପିତ ପରିବାରଙ୍କର ନ୍ୟାୟ ଏବଂ ଅମାନବିକତା ଭାବେ ଘର, ମନ୍ଦିର ଓ ପରମ୍ପରା ଭାଙ୍ଗିବା କୁ ବିରୋଧ କରି ଆଜକୁ ପାଞ୍ଚ ଦିନ ହେବ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular