ନୂଆଦିଲ୍ଲୀ: କରୋନା ଯୋଗୁଁ ଦୀର୍ଘ ପାଞ୍ଚମାସ ଧରି ବନ୍ଦ ଥିବା ମେଟ୍ରୋ ଟ୍ରେନ୍ ଚଳାଚଳ ପୁଣିଥରେ ଚାଲୁ ହୋଇଛି । କରୋନା ପ୍ରୋଟୋକଲ ସହ ଦିଲ୍ଲୀ, ବେଙ୍ଗାଲୁରୁ ଓ ଚେନ୍ନାଇରେ ପୁଣି ମେଟ୍ରା ଟ୍ରେନ୍ ଟ୍ରାକକୁ ଫେରିଛି । ନୂଆଦିଲ୍ଲୀରେ କେବଳ ୟେଲୋ ଲାଇନରେ ଏହି ସେବା ଆରମ୍ଭ ହୋଇଛି । ବେଙ୍ଗାଲୁରୁରେ ପର୍ପଲ ଲାଇନ ଏବଂ ଚେନ୍ନାଇରେ ମେଟ୍ରା ସେବାଂ ଆରମ୍ଭ ହୋଇଛି । ଦିଲ୍ଲୀରେ ମେଟ୍ରୋ ଟ୍ରେନ୍ ସକାଳ ୭ଟାରେ ହୁଡ଼ା ସେଣ୍ଟରରୁ ସମୟପୁର ବାଦଲି ଅଭିମୁଖେ ତା’ର ଯାତ୍ରା ଆରମ୍ଭ କରିଛି । ପ୍ରାୟ ୪୯ କିଲୋମିଟର ୟେଲୋ ଲାଇନରେ ମେଟ୍ରୋ ଚଳାଚଳ କରୁଛି ।ଏହି ମାର୍ଗରେ ପ୍ରାୟ ୩୭ଟି ଷ୍ଟେସନଅଛି । ସେଥିରୁ ୨୦ଟି ଭୂତଳ ଓ ୧୭ଟି ଉଚ୍ଚତର ଷ୍ଟେସନ ଅଛି । ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ଏସଓପି ପ୍ରସ୍ତୁତ କରିଛନ୍ତି । ତମାମ ଗାଇଡ଼ଲାଇନକୁ ଧ୍ୟାନ ରଖି ମେଟ୍ରୋ ପରିଚାଳନାକୁ ଅନୁମତି ଦିଆଯାଇଛି । ମେଟ୍ରା ଷ୍ଟେସନ ବାହାରେ ଓ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି । ଟୋକନ ବ୍ୟବହାର ଦ୍ୱାରା ସଂକ୍ରମଣ ଆଶଙ୍କା ଥିବାରୁ ଏହା ଉପରେ ରୋକ ଲଗାଯାଇଛି । ଟିକେଟ କାଉଣ୍ଟରରେ ସ୍ମାର୍ଟ କାର୍ଡ ବା ମେଟ୍ରୋ କାର୍ଡ କିଣାଯାଇପାରିବ । ମେଟ୍ରୋ କୋଚ ଭିତରେ ଏୟାର କଣ୍ଡିଶନ କଣ୍ଟ୍ରୋଲ କରାଯିବ । ନୂଆ ଗାଇଡ଼ଲାଇନ୍ ଅନୁସାରେ ଏସିରେ ତାଜା ପବନ ଚଳାଚଳ ଅଧିକ ହେବ । ମେଟ୍ରୋ ଷ୍ଟେସନ, ପ୍ଲାଟଫର୍ମ ଓ ମେଟ୍ରୋ କୋଚ୍ ଭିତରେ ଭିଡ଼ ନହେବା ପାଇଁ ମେଟ୍ରୋ ଷ୍ଟାଫ୍ , ପୁଲିସ ଓ ସିଭିଲ ଡିଫେନ୍ସ ବାଟାଲିଅନ ମୁତୟନ କରାଯିବ । ମେଟ୍ରୋରେ ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଜରୁରୀ । ଏହାକୁ ପାଳନ ନକଲେ ମେଟ୍ରୋ ଅଧିକାରୀ ଓ ପୁଲିସକୁ ଫାଇନ ଲଗାଇବାର ଅଧିକାର ଅଛି । ଥର୍ମାଲ ସ୍କ୍ରିନିଂ ସମୟରେ ଯାତ୍ରୀଙ୍କ ଶରୀର ତାପମାତ୍ରା ଅଧିକ ଆସିଲେ ତାଙ୍କୁ ଯାତ୍ରା କରିବାର ଅନୁମତି ମିଳିବନି । କଣ୍ଟେନମେଣ୍ଟ ଜୋନରେ ମେଟ୍ରୋ ଷ୍ଟେସନ ଖୋଲିବନି । ଆଉ ବନ୍ଦ ଥିବା ଷ୍ଟେସନରେ ମଧ୍ୟ ମେଟ୍ରୋ ଅଟକିବ ନାହିଁ । ମେଟ୍ରୋ କୋଚ୍ରେ କେଉଁ ସିଟ୍ରେ ଯାତ୍ରୀ ବସିବେ ଓ କେଉଁଥିରେ ବସିବେନି ସେଥିପାଇଁ ମାର୍କିଂ ମଧ୍ୟ କରାଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0