spot_img

ଅର୍ଜୁନଙ୍କ ପରେ ମଲାଇକା ଅରୋରା କରୋନା ଆକ୍ରାନ୍ତ

ମୁମ୍ବାଇ: ବଲିଉଡ଼୍ ଅଭିନେତ୍ରୀ ମଲାଇକା ଅରୋରା କରୋନା ଆକ୍ରାନ୍ତ ହୋଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାରରେଏହା ସ୍ପଷ୍ଟ କରିଛନ୍ତି । ତାଙ୍କ ଠାରେ କୌଣସି ଲକ୍ଷଣ ନାହିଁ ଓ ସେ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ସେ ପୁଣି ଥରେ ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି । ମଲାଇକା କରୋନା ପଜିଟିଭ୍ ଥିବା ନେଇ ତାଙ୍କ ଭଉଣୀ ଅମ୍ରିତା ଅରୋରା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ବଲିଉଡ଼୍ ଅଭିନେତା ଅର୍ଜୁନ କପୁର ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular