ନୂଆଦିଲ୍ଲୀ: ଶକ୍ତ ହେଲା ପୁଲିସ। ଦିଲ୍ଳୀରେ ତିଆରି କଲା ଅଭେଦ୍ୟ ଦୁର୍ଗ। ରାସ୍ତାର ଉପରେ ପୁଲିସ ପୋତିଲା କଣ୍ଟା। ଆନ୍ଦୋଳନକାରୀ ଯେପରି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥିପାଇଁ ଗାଜିପୁର ଏବଂ ଟିକ୍ରି ସୀମାରେ ୧୨ ଲେଆର ବ୍ୟାରିକେଡିଂ କରାଯିବା ସହ ତୀକ୍ଷ୍ଣ ଲୁହା ଛଡ ସାଙ୍ଗକୁ କଣ୍ଟା ପୋତାଯାଇଛି। କେବଳ ସେତିକି ନୁହେଁ ସୀମାରେ ଚାଷୀଙ୍କୁ ଅଟକାଇବା ପାଇଁ ରୋଲର ମଧ୍ୟ ଠିଆ କରାଯାଇଛି। ୨୬ ଜାନୁଆରୀ ଦିନ ଦିଲ୍ଲୀରେ ଚାଷୀଙ୍କ ହିଂସାକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ଗାଜିପୁର-ଟିକ୍ରି ସୀମାରେ ରାସ୍ତା ଉପରେ ଲୁହା ଛଡ ପୋତାଯାଇଛି। କେବଳ ସେତିକି ନୁହେଁ କଣ୍ଟା ଯୁକ୍ତ ତାର ବାଡ ବିଛାଇଛି ପୁଲିସ। ଟିକ୍ରି ସୀମାର ବିଭିନ୍ନ ସ୍ଥାନରେ ୪ ଫୁଟ ମୋଟାର ଅସ୍ଥାୟୀ କଙ୍କ୍ରିଟ କାନ୍ଥ ମଧ୍ୟ ତିଆରି କରାଯାଇଛି। ଦିଲ୍ଲୀ ନିକଟସ୍ଥ ଏମସିଡି ଟୋଲ ନିକଟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ଯାଇ ପୁଲିସ ଶକ୍ତ ବ୍ୟାରିକେଡ ତିଆରି କରିଛି।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0