spot_img

କର୍ପୋରେଟ ଜଗତକୁ ୬ ମାସର ଆସ୍ୱସ୍ଥି

ନୂଆଦିଲ୍ଲୀ: କର୍ପୋରେଟ ଜଗତ ପାଇଁ ଖୁସି ଖବର । କର୍ପୋରେଟ ଜଗତକୁ ମିଳିଛି ୬ ମାସର ଆସ୍ୱସ୍ଥି । ମହାମାରୀ କରୋନା ପାଇଁ ଏହି କର୍ପୋରେଟ ଜଗତ ଅଧିକ ପ୍ରଭାବିତ ହୋଇଛି । ତେଣୁ ଏହି କର୍ପୋରେଟ ଜଗତକୁ ଆବଶ୍ୟକ ହେଉଥିବା ଜରୁରୀକାଳୀନ ଆସ୍ୱସ୍ତି ପ୍ରଦାନ କରିବା ଲାଗି ଇନସନଭେନ୍ସି ବ୍ୟାଙ୍କରପସି କୋଡ଼(ଆଇବିସି)ରେ ସଂଶୋଧନ ଅଣାଯାଇଛି । କରୋନା ମହାମାରୀ ଯୋଗୁଁ ଏଥିରେ ୬ ମାସର ଆସ୍ୱସ୍ଥି ପାଇଁ ଏହି ଅଧ୍ୟାଦେଶରେ ବ୍ୟବସ୍ଥା ରହିଥିଲା । ସେହି ଅଧ୍ୟାଦେଶ କୁ ବିଲରେ ପରିଣତ କରି ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା । ବାଚନିକ ଭୋଟରେ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଇନସନଭେନ୍ସି ବ୍ୟାଙ୍କରପସି କୋଡ଼(ଆଇବିସି)ରେ ସଂଶୋଧନ କରାଯାଇଥିବାରୁ ରୁଣ ଗ୍ରହଣ କରିଥିବା ଗ୍ରାହକମାନେ ରୁଣ ସୁଝି ନପାରିଲେ ତାଙ୍କ ବିରୁଦ୍ଧରେ ରୁଣ ଦେଇଥିବା ଆର୍ଥିକ ସଂସ୍ଥା ଦେବାଳିଆ ମାମଲା ରୁଜୁ କରିପାରିବେ ନାହିଁ । ତାହା ସହିତ ଯେଉଁ କମ୍ପାନୀ ମାନେ ରୁଣ ସୁଝି ପାରି ନାହାନ୍ତି ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ କୋର୍ଟକୁ ଟଣା ଯାଇପାରିବ ନାହିଁ । ‘କମ୍ପାନୀ ଗୁଡ଼ିକୁ ବନ୍ଦ ନୁହେଁ ଚାଲୁ ରଖିବା ଅଧିକ ଗୁରୁତ୍ତ୍ୱପୁର୍ଣ୍ଣ ଅଟେ’ ବୋଲି ଆଇବିସି ସଂଶୋଧନ ବିଲ ଉପରେ ଆଲୋଚନା କରି ନିର୍ମଳା ସିତାରମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular