spot_img

ଦିଲ୍ଲୀ ହିଂସା ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ

ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଏବଂ ଲାଲକିଲ୍ଳାରେ ଧାର୍ମିକ ଧ୍ୱଜା ଉଡ଼େଇବା ମାମଲାରେ ଦୀପ ସିଦ୍ଧୁଙ୍କ ପରେ ଏବେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ମଙ୍ଗଳବାର ରାତିରେ ପଞ୍ଜାବର ହୋସିୟାରପୁରରୁ ଇକବାଲ ସିଂଙ୍କୁ ଗିରଫ କରାଯାଇଛି । ସେଥିପାଇଁ ଦିଲ୍ଲୀ ପୁଲିସ ଦ୍ୱାରା ତାଙ୍କୁ ଗିରଫ କରିବା ପାଇଁ ନଗଦ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଆନ୍ଦୋଳନ କରୁଥିବା କୃଷକଙ୍କୁ ଦିଲ୍ଲୀର ଲାଲକିଲ୍ଲାରେ ପ୍ରବେଶ କରିବା ପାଇଁ ବାରମ୍ବାର ଉତ୍ସକାଇବାକୁ ନେଇ ତାଙ୍କ ଉପରେ ଆରୋପ ଲାଗିଛି ।

ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା । ତାପରେ କିଛି ସମୟ ପୂର୍ବରୁ ହିଁ ଚାଷୀ ଟ୍ରାକ୍ଟର ରାଲି ପାଇଁ ସୀମା ଭିତରେ ଅନୁପ୍ରବେଶ କରିଥିଲା । ପୁଲିସ ରୋକିବା ପରେ ବି ବ୍ୟାରିକେଡ୍ ଭାଙ୍ଗି ସେଠାରେ ଜୋରରେ ପାଟିତୁଣ୍ଡ କରିଥିଲେ । କେବଳ ସେତିକି ନୁହେଁ ସେମାନେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଲାଲକିଲ୍ଲାର ପ୍ରାଚୀରରେ ଜାତୀୟ ତ୍ରିରଙ୍ଗା ବଦଳରେ ଧାର୍ମିକ ଧ୍ୱଜାକୁ ଉଡ଼ାଇଥିଲେ ।

ଦିଲ୍ଲୀ ପୁଲିସ ଏହି ମାମଲାରେ ଏବେ ଫେରାର ହୋଇଯାଇଥିବା ଆଉ କେତେ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି । ୩ ତାରିଖ ଫେବୃଆରୀରେ ଦିଲ୍ଲୀ ପୁଲିସ ଦୀପ ସିଦ୍ଧୁଙ୍କ ସମେତ ଜୁଗରାଗ ସିଂହ , ଗୁରଯୋତ ସିଂହ , ଗୁରଜଂଟ ସିଂହଙ୍କ ପାଇଁ ଏକ-ଏକ ଲକ୍ଷ ଟଙ୍କା ଓ ଜଗବୀର ସିଂହ , ବୁଟା ସିଂହ , ସୁଖଦେବ ସିଂହ, ଇକବାଲ ସିଂହଙ୍କୁ ଖୋଜିବା ନିମନ୍ତେ ୫୦-୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଚଣ୍ଡିଗଡ଼ରୁ ସୁଖଦେବ ସିଂହଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular