spot_img

ଆସନ୍ତା ୨ ଦିନ ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା, ପ୍ରଦୂଷଣରୁ ମିଳିପାରେ ମୁକ୍ତି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବାୟୁର ଗୁଣବତ୍ତା ନିମ୍ନମାନର ରହିଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ହେତୁ ଦିଲ୍ଲୀ ପ୍ରଦୂଷଣରୁ କିଛି ମାତ୍ରାରେ ଆରାମ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ସର୍ବାଧିକ ୨୯ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଇଛି । ବର୍ଷା ଆଶଙ୍କା ଥିଲେ ମଧ୍ୟ ତାପମାତ୍ରା ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ । ବରଂ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular