spot_img

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ଦେହାନ୍ତ

ମୁମ୍ବାଇ: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ । କଥକ ଏବଂ କଥକଲୀକୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଚି । ଆଜି ସକାଳୁ ମୁମ୍ବାଇରେ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦେବୁଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ନିଜ ପ୍ରଦର୍ଶନ ମାଧ୍ୟମରେ ଓସ୍ତାଦ ଦେବୁ ଲୋକଭ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ୧୯୪୭ ଜୁଲାଇ ୨୩ରେ ଗୁଜୁରାଟର ନାଭସାରିରେ ଜନ୍ମଗ୍ରହଣ କରିଥିବା ଦେବୁ ତାଙ୍କ ପରାମର୍ଶଦାତା ପ୍ରହ୍ଲାଦ ଦାସଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିଥିଲେ । ବିଶତବର ୭୦ଟି ଦେଶରେ ନୃତ୍ୟ ପରିବେଷଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular