କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ। ବହୁଦିନରୁ କେନ୍ଦୁଝର ବାସୀଙ୍କର ସ୍ୱପ୍ନ ଥିବା ବୃହତ ଇସ୍ପାତ ଶିଳ୍ପର ପ୍ରତିଷ୍ଠା ଦାବିକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରିଲେ ଯୁବ ବିଜେପି କେନ୍ଦୁଝର ଜିଲ୍ଲା ବାସୀଙ୍କ ମୁଖ୍ୟ ଦାବି ଥିବା ବୃହତ ଇସ୍ପାତ ଶିଳ୍ପକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ହୋଇଛି । ହେଲେ ଏହି ଦାବିକୁ ଆଜି ପର୍ୟ୍ୟନ୍ତ କେହି କର୍ଣ୍ଣପାତ କରି ନାହାନ୍ତି । କେନ୍ଦୁଝର ଜିଲ୍ଲାରୁ ଲୁହା ପଥର ପରିବହନ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ଷ୍ଟିଲପ୍ଲାଣ୍ଟ ସ୍ଥାପନ ହୋଇ ପାରୁଛି ତେବେ କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କାହିଁକି ନହୋଇ ପାରିବ । ଏହିସବୁ ପ୍ରଶ୍ନ ସହ କେନ୍ଦୁଝରରେ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିନେଇ ଗର୍ଜିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏଥିସହ ଜିଲ୍ଲାରେ କାରଖାନା ନହୋଇ ପାରିବା ପାଇଁ ବିଜେଡିର ୬ଜଣ ସାଂସଦ ଏବଂ ବିଧାୟକଙ୍କୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି l



Visitors Today : 0
Total Visitors : 130430
Total Views : 9891961
Visitors Online Now : 0