spot_img

ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ

ଅଯୋଧ୍ୟା: ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ । ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଜାରି ହେଲା ନକ୍ସା । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ୍ । ସୁନ୍ନି ସେଂଟ୍ରାଲ ୱାକଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ସେହି ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାର ଧନ୍ନିପୁରରେ ହେବାକୁ ଥିବା ମସଜିଦର ନକ୍ସା ଜାରି କରାଯାଇଛି । ଏହି ଭବ୍ୟ ମସଜିଦ ନିର୍ମାଣ କାମ ଜାନୁୟାରି ୨୬ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଲକ୍ଷ୍ନୌରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମସଜିଦ ପରିସରରେ ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସାର୍ବଜନିନ ଭୋଜନାଳୟ, ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ୫ ଏକର ଜମିରେ ୩୫ଶହ ବର୍ଗଫୁଟର ଦ୍ୱିତଳ ପ୍ରାସାଦ ମସଜିଦ ନିର୍ମାଣ କରାଯିବ ।ଯେଉଁଥିରେ ଥରକରେ ୨ହଜାରରୁ ଅଧିକ ଲୋକ ନମାଜ ପାଠ କରିପାରିବେ ଓ ମହିଳାଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ସେହିପରି ୨୪ ହଜାର ୧୫୦ ବର୍ଗଫୁଟର ଜାଗାରେ ୪ ମହଲା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ । ଯେଉଁଥିରେ ଅତିକମରେ ୩ଶହ ଶଯ୍ୟା ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular