ବାଲିଅନ୍ତା: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଚତୁଃଦଶ ୬୪ ଯୋଗିନୀ ମହୋତ୍ସ l ବିରୋଧି ଓ ଆୟୋଜକଙ୍କ ବିବାଦ ଯୋଗୁଁ ଏହି ମହୋତ୍ସବକୁ ଆୟୋଜନକୁ ନେଇ ଅନିଶ୍ଚିଚତା ଲାଗିରହିଛି l ଆଉ ମାତ୍ର ୩ ଦିନ ରହିଥିବା ବେଳେ ରବିବାର ଦିନ ପ୍ରସ୍ତୁତି ବୈଠକ ବସିବ ବୋଲି ଏହାର ଆୟୋଜକ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି l ପ୍ରକାଶଥାଉକି ପ୍ରତିବର୍ଷ ଡିସେମ୍ବର ୨୩, ୨୪, ୨୫, ଏହି ତିନିଦିନ ଧରି ୬୪ ତମ ଯୋଗିନୀ ମହୋତ୍ସବ ଆୟୋଜିତ ହୋଇଥାଏ l ଏହି ତିନିଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର ମାନେ ନିଜର କଳାକୃତି ପ୍ରଦଶନ କରିଥାନ୍ତି l ୨୦୦୬ ରେ ସଂସ୍କୃତିକ ଅନୁଷ୍ଠାନ ନୃତ୍ୟପ୍ରତିଭା ଆୟୋଜିତରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୩ ବର୍ଷ ପାର କରି ୧୪ ବର୍ଷ ରେ ପାଦ ଦେଇଛି l ଏହି ମହୋତ୍ସବଟି ଆନ୍ତଜାତିକ ମହୋତ୍ସବ ର ମାନ୍ୟତା ପାଇଛି l ଆଉ ୩ ଦିନ ଥିବା ବେଳେ ଏହି ମହୋତ୍ସବକୁ ନେଇ ଅନିଶ୍ଚିଚତା ଦେଖାଦେଇଛି l ଏକ ନିଦ୍ଧିଷ୍ଟ ଗୋଷ୍ଟୀ ଏବଂ ଆୟୋଜକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ହୋଇଥିବା ଜଣା ପଡିଛି l ସେମାନେ ଏହି ମହୋତ୍ସବ ନାଁ ରେ ବ୍ୟାପକ ଅନିୟମିତତା ଏବଂ ଅର୍ଥ ବାଟମାରଣକ୍ଷ ହୋଇଥିବା ଅଭିଯୋଗ କରିଛନ୍ତି l ମାତ୍ର ଏହାର ଆୟୋଜକ ଏହାକୁ ଖଣ୍ଡନ କରି ମହୋତ୍ସବର ସମସ୍ତ ହିସାବ ଅଡିଟ ପରିସରରେ ରହିଛି ବୋଲି କହିଛନ୍ତି l ପ୍ରକାଶ ଥାଉକି ଏହି ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଜ ସଂକେତ ମିଳିଥିବା ଆୟୋଜକଙ୍କ ଠାରୁ ପ୍ରକାଶ l



Visitors Today : 4
Total Visitors : 130173
Total Views : 9891620
Visitors Online Now : 0