ମୋହନା : ଗଜପତି ଜିଲ୍ଲାରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ଜିଲ୍ଲାର ବମ ଗାଁ ନିକଟରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ମିଳିବା ପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ପ୍ରାୟ ୫୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ଏହାକୁ କାଟିବା ପରେ ପୋଡି ନଷ୍ଟ କରାଯାଇଛି । ଏହାର ମୂଲ୍ୟ ୧୦କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ସେହିପରି ଗତ ୨୭ ତାରିଖରେ ମଧ୍ୟ ବୁଡୁଣୀ ଗାଁ ନିକଟରେ ଚଢ଼ାଉ କରି ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ମିଳିତ ବାହିନୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0