ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ବିଏସ୍ଏଫ୍ କ୍ୟାଂପ୍ରେ DGP ଅଭୟ । ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଏବଂ ବିକାଶ କାର୍ଯ୍ୟକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ପୋଲିସ ଡିଜି ଆଲୋଚନା କରିଛନ୍ତି। ଆଲୋଚନାରେ ବିଏସଏଫ, ଏସଓଜି ଏବଂ ଜିଲ୍ଲା ପୋଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।
ଗତକାଲି ସ୍ୱାଭିମାନ ଅଞ୍ଚଳର ସିଙ୍ଗାବରମ ଜଙ୍ଗଲରେ ଏସଓଜି ଏବଂ ଡିଭିଓଏଫ ଯବାନଙ୍କ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଯବାନଙ୍କ ମନୋବଳ ବୃଦ୍ଧି ସହ ସାହସିକତା ପାଇଁ ପ୍ରଶଂସା କରିଥିଲେ ଡିଜିପି। ପୋଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଏବଂ ଡିଆଇଜି SIW ଅନିରୁଦ୍ଧ ସିଂ ମଧ୍ୟ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0