ଗାଁରେ ନ୍ୟାୟ ନମିଳିବାରୁ ଭିଟାମାଟି ଛାଡିଛନ୍ତି ପରିବାର । ଜଗତସିଂହପୁର ଜିଲ୍ଲା ବନ୍ଦର ମୌଜାରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । କଙ୍ଗାରୁ କୋର୍ଟର ନିଷ୍ପତ୍ତି, ଭୟବିତ୍ତ ଧମକ ଓ ପରିବାର ପ୍ରତି ବିପଦ ଥିବାରୁ ଘର ଛାଡି ନିଜ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି ଗୋଟିଏ ପରିବାର । ପୁରା ପରିବାର ଏବେ ଅସ୍ତରଙ୍ଗ ବ୍ଲକ୍ ନଗର ପଞ୍ଚାୟତର ବାଲିଡିଆରେ ଆଶ୍ରୟ ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ସ୍ଥାନୀୟ ପୁଲିସ୍ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ମାତ୍ର କାହିରିକୁ ବି ଗିରଫ କରାଯାଇନାହିଁ । ତେଣୁ ସୁରକ୍ଷା ଅଭାବରୁ ପୁରା ପରିବାର ଘର ଛାଡି ବାହାରେ ମୁଣ୍ଡଗୁଞ୍ଜିଛନ୍ତି । ପୂର୍ବରୁ ଗାଁର ପହଲି ବେହେରା ଓ ତାର ସାନ ଭାଇ ମାନସ ବେହେରା ମଧ୍ୟରେ ପାରିବାରିକ ବିବାଦ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ବଡଭାଇ ସାନଭାଇର ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପଞ୍ଚାୟତ ମାଧ୍ୟମରେ ବିବାଦର ସମାଧାନ ହେବା ପରେ ଛକାପଞ୍ଝା ଲାଗିରହିଥିଲା । ପରେ ପୁଣି ଗୁଣିଗାରେଡି କରି କ୍ଷତି କରୁଥିବା ଆରୋପ ଲଗାଇ ଦେଢଶୁର ସମେତ ଅନ୍ୟମାନେ ସଂଘବନ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ପୂର୍ବରୁ ଶତ୍ରୁତା ଥିବା ଦେଢଶୁର ସହ ଗାଁର କେତେକ ବ୍ୟକ୍ତି ହଠାତ୍ ୫ ସେପ୍ଟେମ୍ବର ରାତି ୧୦ଟାରେ ମହିଳାଙ୍କ ଘରେ ପଶି ସଂଘବନ୍ଧ ଭାବେ ମାରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ପରିବାରର ସମସ୍ତେ ଆହତ ହୋଇଥିଲେ । ପରେ ସେମାନେ ଆଶ୍ରୟ ପାଇଁ ନିଜ ଭିଟାମିକୁ ଛାଡି ଏବେ ଅସ୍ତରଙ୍ଗ ପଞ୍ଚାୟତରେ ରହୁଛନ୍ତି । ସେପଟେ ଘଟଣା ସମ୍ପର୍କରେ ବନ୍ଦର ଥାନା ଅଧିକାରୀ ଏ.ସି. ମୁଦୁରିଙ୍କୁ ପଚାରିବାରୁ ସେ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି ଗାଁର ପରିସ୍ଥିତି ଶାନ୍ତ ରହିଛି., ସେମାନେ ତାଙ୍କ ଘରକୁ ଫେରିଆସି ପାରିବେ । ଯଦି କେହି ଉକ୍ତ ପରିବାରକୁ କୌଣସି ମାତା୍ରରେ ହଇରା ଣ କରିବାକୁ ଚେଷ୍ଟା କରେ ତେବେ ଏନେଇ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ନେବା ସମେତ ପରିବାରୁକୁ ସୁରକ୍ଷା ଦେବାପାଇଁ ପୁଲିସ୍ କହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0