spot_img

ଡ୍ରଗ୍ସ ମାଫିଆଙ୍କ ଯୋଗୁଁ ମୋ ସରକାର ଭାଙ୍ଗିଥିଲ: ଡିଏଚ କୁମାରସ୍ୱାମୀ

ଡ୍ରଗ୍ସ ମାଫିଆଙ୍କ ଯୋଗୁଁ ତାଙ୍କ ସରକାର ଭାଙ୍ଗି ଯାଇଥିଲା ବୋଲି କର୍ଣ୍ଣାଟକର ପୁର୍ବତନ ମୁଖ୍ୟମନ୍ତ୍ରୀ ଡିଏଚ କୁମାରସ୍ୱାମୀ କହିଛନ୍ତି । ନିକଟରେ କର୍ଣ୍ଣାଟକ ଚଳଚ୍ଚିତ୍ର ଜଗତର କିଛି ଅଭିନେତା ଡ୍ରଗ୍ସ କାରବାରରେ ସାମିଲ ଥିବା ଜଣାପଡିବା ପରେ ବେଙ୍ଗାଲୁରୁ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ଏଚଡି ଡ୍ରଗ୍ସ ର୍ୟାକେଟ ଏବଂ ତାଙ୍କର କ୍ଷମା ପା୍ରର୍ଥନା, ୨୦୧୮ ରେ ତାଙ୍କ ସରକାରକୁ ଭାଙ୍ଗି ଦେଇଥିଲା । କ୍ରିକେଟ ବେଟିଂ, ବାର ଡ୍ୟାନ୍ସ, ଆଦି ମାମଲା ଅନେକଙ୍କ ନାମରେ ଥିଲେ ମଧ୍ୟ ତାଙ୍କ ନାମ ସାମ୍ନାକୁ ଆସିଥିଲା । ଏହାକୁ ତାଙ୍କ ବିରୋଧରେ ବିଜେପିର ଷଡଯନ୍ତ୍ର ବୋଲି କହିଥିଲେ ଡି.ଏଚ କୁମାରସ୍ୱାମୀ । ତାଙ୍କର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚଏବଂ ନାର୍କୋଟିକ୍ସ ମିଳିତ ଭାବରେ କାନାଡା ଚଳଚ୍ଚିତ୍ର ଶିଳ୍ପ ଉପରେ ତଦନ୍ତ ଅରମ୍ଭ କରିଦେଇଛି । କାନାଡା ଚଳଚ୍ଚିତ୍ର ଜଗତରେ ଡ୍ରଗ୍ସ କାରବାର ଅଭିଯୋଗ ଆସୁଥିବା ବେଳେ ସେପଟେ ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ରହିଥିବା କଥା ଉଠୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular