ଭୁବନେଶ୍ୱର : ବ୍ରାହ୍ମଣୀ ନଦୀରେ ବନ୍ୟାଜଳରେ ଆସି ଆଳି ଓ ରାଜକନିକା ୩୦ ପଂଚାୟତର ବନ୍ୟାଘେରରେ ଅଛି । ଆଳି ବ୍ଲକ ଧୋୟା ଅଂଚଳର ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ପଂଚାୟତଗୁଡିକର ମୁଖ୍ୟ ରାସ୍ତାରେ ୧୦ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଗାଁ ଦାଣ୍ଡରେ ବି ୧୦ ଫୁଟର ପାଣି ଚାଲୁଛି । ଏଠାକୁ ଯିବାକୁ ହେଲେ ଡଙ୍ଗା ହିଁ ଏକମାତ୍ର ଭରସା ପାଲିଟିଛି ।
ସେହିଭଳି ପୁରୀର ଧନୁଆ ନଦୀରେ ବନ୍ୟା ଆସିବା ଯୋଗୁଁ ପୁରୀଜିଲ୍ଲା ଗୋପ ବ୍ଲକ ଅଧିନ ନୂଆଖୋଲାମରା ପଂଚାୟର ଏକାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅନେକ ପରିବାର ପାଣିଘେରରେ ଥିବାବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଚାରିଆଡେ ଖାଲି ପାଣି ହିଁ ପାଣି । ଦୁଇଦିନ ହେଲା ଚୁଲି ଜାଳିନଥିବାବେଳେ କିଏ ଖଟ ଉପରେ ତ କିଏ ଉଚ୍ଚ ସ୍ଥାନକୁ ଚାଲିଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0