ଡ଼େଙ୍କାନାଳ : କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ୩ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗରେ ସଂପର୍କୀୟ ମହିଳା ଗିରଫ । ଏଭଳି ଅଭାବନିୟ ଘଟଣା ଘଟିିଛି ଡ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଗାଁ ରେ । କିଛି ଦିନ ପୂର୍ବେ ଗାଁର ଚନ୍ଦନ ସାହୁଙ୍କ ୩ବର୍ଷର ଶିଶୁ ପୁତ୍ର କାଳିଆ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ବହୁତ ଖୋଜାଖୋଜି ପରେ ନିଖୋଜ ହେବାର ୧୨ ଘଣ୍ଟାପରେ ଏକ କୂଅରୁ ଶିଶୁର ମୃତ ଦେହ ମିଳିଥିଲା ।ପରେ ପ୍ରାଥମିକ ତଦନ୍ତରୁ କେହି ହତ୍ୟାକରି କୂଅ ଭିତରେ ଫିଙ୍ଗି ଦେଇଥିବା ପୋଲିସ ସନେ୍ଦହ କରିଥିଲା । ଏହି ମାମଲାରେ ପୋଲିସ ଚନ୍ଦନଙ୍କ ପଡ଼ିଶା ଘରର ଭାରତୀ ସାହୁ ଓ ତାଙ୍କ୍ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ଆଜି ନିହଲପ୍ରସାଦ ଥାନା ପୋଲିସ ପଡ଼ୋଶୀ ମଳିହା ଭାରତୀ ସାହୁଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳା ଜଣଙ୍କକ ଏପରି କରିଥିବା କଥା ସେ ନିଜେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।ପ୍ରଥମେ କାଳିଆକୁ ତଣ୍ଟିଚିପି ହତ୍ୟା କରିବା ପରେ କୂଅକୁ ଫିଙ୍ଗି ଦେଇଥିବା କଥା ମହିଳା ପୋଲିସ ଆଗରେ ସ୍ୱିକାର କରିଛନ୍ତି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0