ଗୁଜୁରାଟ : ନିଜ ଜୀବନ ବଦଳରେ ୭ଟି ଜୀବନ ବଂଚାଇଲେ ଅଢେଇ ବର୍ଷର ଶିଶୁ ପୁତ୍ର । ବାଲକୋନିରୁ ଖସିପଡି ଲାଗିଥିଲା ମୁଣ୍ଡରେ ଆଘାତ । ଚିକିତ୍ସାପରେ ବ୍ରେନଡେଡ ଘୋଷଣା ହୋଇଥିଲା । ଦାନ କଲେ ହୃତପିଣ୍ଡ, କିଡନି , ଲିଭର ଓ ଫସଫୁସ । ଘଟଣାଟି ଘଟିଛି ଗୁଜୁରାଟ ସୁରଟ ଜିଲ୍ଲାରେ । ମୃତ ଶିଶୁଟିର ନାଁ ଯଶ ଓଝା । ତେବେ ମୃତ୍ୟୁ ପୂର୍ବରୁ ଖୁବ୍ କମ୍ ବୟସରେ ଅଙ୍ଗଦାନ କରି ୭ଜଣଙ୍କ ଜୀବନ ବଂଚାଇଛନ୍ତି । ଶିଶୁଟି ଖେଳୁଥିବା ସମୟରେ ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଡ଼ାକ୍ତରମାନେ ବ୍ରେନ୍ ଡ଼େଡ଼୍ ଘୋଷଣା କରିଥିଲେ । ଏହାପରେ ଶିଶୁଟିର ଅଙ୍ଗଦାନ କରିବାକୁ ତାର ବାପା ମା’ ନିଷ୍ପତି ନେଇଥିଲେ । ଫଳରେ ସାତଜଣଙ୍କ ଜୀବନ ବଂଚିଯାଇଛି ।ପିଲାଟିର ହୃତପିଣ୍ଡ, କିଡ଼ନୀ, ଫୁସଫୁସ୍, ଲିଭର, ଆଖି ଦାନ କରିଛନ୍ତି ଯଶର ବାପା ଓ ମା’ । ଋଷିଆର ଜଣେ ୪ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି । ସେହିପରି ଫୁସଫୁସକୁ ୟେକେନର ଜଣେ ୪ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି । ୨ଟିଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି । ସେହିପରି ଯଶର କିଡ଼ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0