ପୂର୍ବତନ ଅଧିନାୟକ ମହେନ୍ଦ୍ରସିଂହ ଧୋନି ଆସନ୍ତା ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ମେଣ୍ଟର ଭାବେ ଯୋଗ ଦେବେ । କିନ୍ତୁସେ ଏହି ଦାୟିତ୍ୱ ପାଇଁକୌଣସି ପାଉଣା ନେବେନି ବୋଲି ଆଜି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରି ଦେଇଛନ୍ତି । ମେଣ୍ଟର ଦାୟିତ୍ୱ ପାଇଁ ଧୋନି କୌଣସି ପାଉଣା ଦାବି କରିନଥିବାରୁ ବିସିସିଆଇ ସମ୍ପାଦକ ଜୟ ଶାହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ମାସ ବିସିସିଆଇ ପକ୍ଷରୁ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଦଳ ସହ ଧୋନିଙ୍କୁ ମେଣ୍ଟର ନିଯୁକ୍ତ କରାଯାଇଥିବା ଘୋଷଣା ହୋଇଥିଲା । ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଧୋନିଙ୍କୁ ମେଣ୍ଟର ନିଯୁକ୍ତ କରିବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ । ବିସିସିଆଇ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ଦାୟିତ୍ୱ ପ୍ରଦାନ କରିଥିଲା । ସୂଚନାଯୋଗ୍ୟ, ୪୦ବର୍ଷିୟ ଧୋନି ଗତବର୍ଷ ଦିନିକିଆ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ୍ ପରାଜୟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0