ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହେବା ପରେ ଏହାର ଡିଜିଟାଲ ରାଇଟ୍ସକୁ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସ କିଣିଛି। ଏହି ରାଇଟ୍ସ କିଣିବା ପାଇଁ ନେଟ୍ଫ୍ଲିକ୍ସକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଗଙ୍ଗୁବାଇ କାଠିୟାବାଡି’ ଏସ୍ ହୁସେନ୍ ଜୈଦୀଙ୍କ ପୁସ୍ତକ ମାଫିଆ କ୍ୱିନ୍ସ ଅଫ୍ ମୁମ୍ବାଇର ଏକ ଚାପ୍ଟର ଉପରେ ଆଧାରିତ। ଫିଲ୍ମରେ ଆଲିଆ ଗଙ୍ଗୁବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଜାନୁଆରୀ ପହିଲାରେ ଭଂସାଲୀ ପ୍ରଡକ୍ସନ୍ ଗଙ୍ଗୁବାଇ କାଠିୟାବାଡିକୁ ରିଲିଜ୍ କରିବାକୁ ସଙ୍କେତ ଦେଇଥିଲେ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0