ପାଟକୁରା: ଦିନକୁ ଦିନ ଚୋରି ଡକାୟତି ବଢିବାରେ ଳାଗିଛି । କେନ୍ଦ୍ରପଡା ଜିଲ୍ଳାର ପାଟକୁରା ଥାନା ଅନ୍ତର୍ଗତ ଗୋତ୍ରିବିଲକିଣିଲୋ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିଳମ୍ବିତ ରତ୍ରିରେ ୫ଜଣ ମୁଖା ପିନ୍ଧା ସଶସ୍ତ୍ର ଡକାୟତି କରି ୮ଟି ଘରୁ ଲକ୍ଷାଧିକ ଟଙ୍କା ସହ ୩ଲକ୍ଷରୁ ଅଧିକ ମୂଲ୍ୟର ଗହଣା ଲୁଟ୍ କରିଥିବାର ଘଟଣା ଏକ ଚାଞ୍ଚଲ୍ୟକର ସୃଷ୍ଟି କରିଦେଇଛି ।
ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତ୍ରୀରେ ୫ଜଣ ମୁଖା ପିନ୍ଧା ଡକାୟତ ଗୋତ୍ରିବିଲକିଣିଲୋ ଗାଁରେ ପଶି ୮ଟି ଘରୁ ଲକ୍ଷାଧିକ ଟଙ୍କା ସହ ୩ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଲୁଟ କରିଥିଲେ । ଏପରିକି ଜଣେ ମହିଳାଙ୍କ କାନରୁ କାନଫୁଲ ଛିଡାଇ ନେଉଥିବା ସମୟରେ ଉକ୍ତ ମହିଳାଙ୍କ କାନ କଟିଯାଇଥିଲା । ପରେ ତାଙ୍କୁ ପାଖ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ପରେ ଦିଲୀପ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ୪ ହଜାର ଟଙ୍କା ଓ ୪୦ ଗ୍ରାମ ସୁନା ଚୋରି ହୋଇଥିବା ଜଣାପଡିଥିଲା । ଏବଂ ଅନ୍ୟମାନଙ୍କ ଘରୁ କିଛି କିଛି ଚୋରି ହୋଇଥିବା ବେଳେ ଡକାୟତମାନେ ମେଘନାଦ ବାରୀକଙ୍କ ଜେରକ୍ସ ଦୋକାନ ଭାଙ୍ଗି ୩ଟି ମୋବାଇଲ ଓ ସାଇକେଲ ଲୁଟିନେଇଥିଲେ । ତେବେ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0