ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖୁସି ଖବର । ଦଳର ଦ୍ରୁତ ବୋଲର ଦୀପକ ଚାହରଙ୍କ କରୋନା ରିପୋର୍ଟ ଦ୍ୱିତୀୟ ଥର ନେଗେଟିଭ୍ ଆସିଛି । ଦୀପକ ଦଳର ହୋଟେଲକୁ ଫେରି ଆସିଥିବା ସୂଚନା ମିଳିଛି । ଆଇପିଏଲ ପାଇଁ ଦୁବାଇ ପହଞ୍ଚିବା ପରେ ୨୮ ବର୍ଷୀୟ ଦୀପକ ଓ ଅନ୍ୟ ଜଣେ କ୍ରିକେଟର କରୋନା ଯାଞ୍ଚ ସମୟରେ ପଜିଟିଭ୍ ଆସିଥିଲେ । ଏଥିପାଇଁ ଚାହର ଅନ୍ୟ ହୋଟେଲରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ଥିଲେ । ଆଇପିଏଲ-୧୩ର ଉଦ୍ଘାଟନ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ , ଗତ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0