spot_img

ଡ୍ରଗ୍ସ ଲିଙ୍କ: ଦୀପିକା, ସାରା, ଶ୍ରଦ୍ଧା ଓ ରକୁଲଙ୍କ ମୋବାଇଲ ଜବତ

ମୁମ୍ବାଇ- ଡ୍ରଗ୍ସ ଲିଙ୍କ ମାମାଲାରେ ଛନ୍ଦି ହୋଇଥିବା ବଲିଉଡ ସୁନ୍ଦରୀଙ୍କୁ ୫ ଘଣ୍ଟା ଜେରା କରିବା ପରେ ସେମାନଙ୍କର ଫୋନ ଜବତ କରିଛି ଏନସିବି । ବଲିଉଡ ଅଭିନେତ୍ରୀ ଡ୍ରଗ୍ସ ଓ ଗଂଜେଇ ସେବନ କରୁଥିବା ଜଣାପଡିବ ପରେ ଏନସିବି ପକ୍ଷରୁ ସେମାନଙ୍କୁ ସମନ ଜାରି କରାଯାଇଥିଲା । ଶୁକ୍ରବାର ରକୁଲପ୍ରୀତ ସିଂ ଙ୍କୁ ୪ ଏନସିବି ୪ଘଣ୍ଟା ଜେରା କରିଥିଲା । ଶନିବାର ଦୀପିକା ପାଦୁକୋନ ,ଶ୍ରଦ୍ଧା କାପୁର ,ଓ ସାରା ଅଲ୍ଲୀ ଖାନଙ୍କୁ ୫ ଘଣ୍ଟା ରୁ ଅଧିକ ସମୟ ଧରି ଏନସିବି ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଥିଲା ।ତେବେ ସମସ୍ତଙ୍କୁ ପଚାର ଉଚାର କରିବା ପରେ ସମସ୍ତଙ୍କୁ ଘରକୁ ଯିବାକୁ ଅନୁମତି ମିଳିଛି । ସେପଟେ ଏନସିବି ଅଧିକ ତଥ୍ୟ ହାସଲ କରିବାକୁ ଦୀପିକା ପାଦୁକୋନ ,ଶ୍ରଦ୍ଧା କାପୁର ,ସାରା ଅଲ୍ଲୀ ଖାନ, ରକୁଲ ପ୍ରତି ସିଂହଙ୍କ ଫୋନ ଜବତ କରିଥିଲା ।ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟ୍ଟା ,ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ଓ ଜୟା ଶାହାଙ୍କ ଫୋନ ମଧ୍ୟ ଜବତ କରାଯାଇଛି । ତେବେ ଗତକାଲି ଜେରା ସମୟରେ ସାରା ଅଲ୍ଲୀ ଖାନ ସିଗାରେଟ ଟାଣୁଥିବା କଥା ସ୍ୱୀକାର କରିଛନ୍ତି ।ଡ୍ରଗ୍ସ ସେବନ କଥାକୁ ଶ୍ରଦ୍ଧା ଓ ସାରା ଉଭୟେ ଅସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular