spot_img

ଆଜିଠୁ ଆରମ୍ଭ ହେଲା ଜେଇଇ ଆଡଭାନ୍ସଡ୍

ଭୁବନେଶ୍ୱର : ଭୁବନେଶ୍ୱର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ଆଜି ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହୋଇଛି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ଦେଶର ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଲାଗି ଦେଶର ୨୨୨ଟି ସହରରେ ୧୧୫୦ କେନ୍ଦ୍ର ହୋଇଛି। ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବେ। ୩ ଘଣ୍ଟା ଲେଖାଏଁ ଦୁଇଟି ପେପର୍ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପେପର୍-୧ ଓ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ୟ୍ୟନ୍ତ ପେପର-୨ ପରୀକ୍ଷା କରାଯିବ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର୍ ବେସଡ ଟେଷ୍ଟ(ସିବିଟି) ମୋଡରେ ଅନୁଷ୍ଠିତ ହେଉଥିବାରୁ କୋଭିଡ୍-୧୯ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଅକ୍ଟୋବର ୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅକ୍ଟୋବର ୬ରୁ ସିଟ୍ ଆଲଟମେଣ୍ଟ ହେବ ଏବଂ ନଭେମ୍ବର ୯ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular