spot_img

ଉଦ୍ଧତ ଡ୍ରାଇଭର, ଅଳ୍ପକେ ବର୍ତ୍ତିଗଲେ ପୋଲିସ ବାବୁ

ବ୍ୟୁରୋ ରିପୋର୍ଟ: ଚାଲାଣ କାଟିବାରୁ ବର୍ତିବା ପାଇଁ କାର୍ ବନେଟ ଉପରେ ଟ୍ରାଫିକ ପୋଲିସ ବସିଥିଲେ ମଧ୍ୟ ଗାଡି ଧରି ଛୁ ମାରିଲା ଡ୍ରାଇଭର, ଅଳ୍ପକେ ବର୍ତ୍ତିଗଲେ ପୋଲିସ ବାବୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଧୌଲକୁଆଁ ଅଂଚଳରେ । ଏଠାରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଂଚ ଚାଲିଥିଲା । ଏତିକି ବେଳେ ନିୟମ ଉଲ୍ଲଂଘନ କରିଥିବା ଏକ କାର୍ କୁ ଟ୍ରାଫିକ ପୋଲିସ ଧରିଥିଲା । ଗାଡିକୁ ରୋକିବା ପାଇଁ ପୋଲିସ ବାବୁ କାର୍ ର ବନେଟ୍ ଉପରେ ଚଢିଯାଇଥିଲେ । କିନ୍ତୁ ଅମାନିଆଁ ଡ୍ରାଇଭର ଟ୍ରାଫିକ ପୋଲିସଙ୍କ ସହ ଗାଡି ଧରି ଚମ୍ପଟ ମାରିଥିଲେ । ଗାଡି ଅଟକାଇବାକୁ ପୋଲିସ ବାବୁ ଯେତେ ପାଟି କରିଥିଲେ ମଧ୍ୟ ଅମାନିଆ ଡ୍ରାଇଭର କିଛି ଶୁଣିନଥିଲା । ବିପଦପୂର୍ଣ୍ଣ ଭାବେ କିଛି ବାଟ ଯିବା ପରେ ଟ୍ରାଫିକ ପୋଲିସ ଗାଡିରୁ ଗଳି ପଡିଲେ । ଏହାପରେ ଆହୁରି ଜୋରରେ ସେଠାରୁ ଗାଡି ଧରି ଛୁ ମାରିଥିଲା ଡ୍ରାଇଭର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular